Search
Close this search box.

RPF: ଜାରି ହେଲା RPF ଏକଜାମ ପାଇଁ ପରୀକ୍ଷା ସିଟି ସ୍ଲିପ…

RPF Sub-Inspector Exam 2024: ଚଳିତବର୍ଷ ଆରଆରବି ରେଲୱେ ସୁରକ୍ଷା ବଳ ଓ ରେଲୱେ ବିଶେଷ ସୁରକ୍ଷା ବଳ ପାଇଁ ମୋଟ ୪୫୨ ଟି ସବ ଇନସ୍ପେକ୍ଟର ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି ।RPF Sub-Inspector Exam 2024: ରେଲୱେ ଭର୍ତ୍ତି ବୋର୍ଡ ରେଲୱେ ସୁରକ୍ଷା ବଳ ଓ ରେଲୱେ ବିଶେଷ ସୁରକ୍ଷା ବଳ ଭର୍ତ୍ତି ପରୀକ୍ଷାରେ ସବ ଇନସ୍ପେକ୍ଟର ( କାର୍ଯ୍ୟକାରୀ ) ପଦ ପାଇଁ ପରୀକ୍ଷା ସେଣ୍ଟର ସିଟି ତାଲିକା ଜାରି କରିଛି  ।ଆଶାୟୀମାନେ ଆରଆରବିର ଆଧିକାରିକ ୱେବସାଇଟକୁ ଯାଇ ଏହା ଜାଣିପାରିବେ ବୋଲି ଜଣାପଡିଛି । ଯେଉଁଥିରେ ସେମାନେ ଆବେଦନ କରିଥିଲେ । କାର୍ଯ୍ୟସୂଚୀ ଅନୁସାରେ ଏହି ପରୀକ୍ଷା ୨,୩,୯,୧୨ ତଥା ୧୩ ଡିସେମ୍ୱରରେ ଅନୁଷ୍ଠିତ ହେବାକୁ ଯାଉଛି ।ଚଳିତବର୍ଷ ଆରଆରବି ରେଲୱେ ସୁରକ୍ଷା ବଳ ଓ ରେଲୱେ ବିଶେଷ ସୁରକ୍ଷା ବଳ ପାଇଁ ମୋଟ ୪୫୨ ଟି ସବ ଇନସ୍ପେକ୍ଟର ପଦ ପାଇଁ ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି । ଏହାବାଦ ୪୨୦୮ କନେଷ୍ଟବଳ ( କାର୍ଯ୍ୟକାରୀ ) ପଦ ପାଇଁ ମଧ୍ଯ ଭର୍ତ୍ତି କରିଯିବ ।
କେମିତି ଡାଉନଲୋଡ କରିବେ ଆରଆରବି ଆରପିଏଫ ଏଏସଆଇ ଆଡମିଡ କାର୍ଡ:
୧. ଆପଣ ଯେଉଁ ଆରଆରବି ଅନୁଯାୟୀ ଆବେଦନ କରିଛନ୍ତି, ତାହାର ଆଧିକାରୀକ ୱେବସାଇଟକୁ ଯାଆନ୍ତୁ ।
୨. ଆରପିଏଫ ସିଇଏନ ୦୧/୨୦୨୪ ( ସବ ଇନସ୍ପେକ୍ଟର) ପାଇଁ ପରୀକ୍ଷା ସହର ସୂଚନା ପର୍ଚି ଡାଉନଲୋଡ ଲିଙ୍କ ଖୋଲନ୍ତୁ ।
୩. ନିଜର ପଞ୍ଜିକରଣ ନମ୍ୱର ଓ ଜନ୍ମ ତାରିଖ ଦିଅନ୍ତୁ ।
୪. ପରୀକ୍ଷା ସହର ପର୍ଚି ଜମା କରନ୍ତୁ ଓ ଡାଉନଲୋଡ କରନ୍ତୁ ।
ପ୍ରକାଶଥାଉ ଯେ ଆରଆରବି ଆରପିଏଫ ଏଏାଇ ଆଡମିଡ କାର୍ଡ କିମ୍ୱା ଇ-କଲ ଲେଟର ସୂଚନା ପର୍ଚି ଉପରୋକ୍ତ ଉଲ୍ଲେଖିତ ପରୀକ୍ଷା ତାରିଖର ୪ କିମ୍ୱା ୫ ଦିନ ପୂର୍ବରୁ ଜାରି କରାଯିବ । କହିରଖୁ, ଆଶାୟୀମାନେ ପରୀକ୍ଷା କେନ୍ଦ୍ରକୁ ଆଡମିଡ କାର୍ଡ ଓ ତାହାର ଏକ ନକଲ ନେଇ ଯିବା ବାଧ୍ଯତାମୂଳକ । ନହେଲେ ସେମାନଙ୍କୁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେବାକୁ ବଞ୍ଚିତ ହେବାରୁ ପଡିପାରେ  । ଫଳରେ ପରୀକ୍ଷା କେନ୍ଦ୍ରକୁ ଯିବା ପୂର୍ବରୁ ଏହା ବାବଦରେ ସବିଶେଷ ତତ୍ଯ ସଂଗ୍ରହ କରି ନିଅନ୍ତୁ  । ଯାହା ଆପଣଙ୍କୁ କୌଣସି ଅସୁବିଧାରେ ଆଉ ପକାଇବ ନାହିଁ  । ଖୁସିରେ ଯାଇ ପରୀକ୍ଷା ଦେବେ ଓ ଆପଣଙ୍କ ସ୍ୱପ୍ନକୁ ସାକାର କରି ସମାଜ ପାଇଁ ଆପଣଙ୍କ ଯୋଗଦାନ ଦେଇ ପାରିବେ  ।

VS NEWS DESK
Author: VS NEWS DESK

pradeep blr

ಬಿಸಿ ಬಿಸಿ ಸುದ್ದಿ

ಕ್ರಿಕೆಟ್ ಲೈವ್ ಸ್ಕೋರ್

ಚಿನ್ನ ಮತ್ತು ಬೆಳ್ಳಿ ಬೆಲೆಗಳು