Search
Close this search box.

Jharkhand CM: ଆସନ୍ତାକାଲି ପୁଣି ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ହେମନ୍ତ ସୋରେନ୍

ସୋରେନଙ୍କ ପ୍ରାୟ ୩୫ ହଜାର ସମର୍ଥକ ଶପଥ ସମାରୋହରେ ସାମିଲ ହେବେ । ଯେଉଁଥିପାଇଁ ରାଞ୍ଚିର ବିଭିନ୍ନ ହୋଟେଲରେ ଭିଡ଼ ଦେଖିବାକୁ ମିଳିଛି । ହେମନ୍ତ ସୋରେନଙ୍କ ସହ ତାଙ୍କ କ୍ୟାବିନେଟର କିଛି ମନ୍ତ୍ରୀ ମଧ୍ୟ ନେବେ ଶପଥ ।

Jharkhand CM Oath Taking: ଆସନ୍ତାକାଲିଠାରୁ ଝାଡ଼ଖଣ୍ଡରେ ପୁଣି ସୋରେନ ସରକାର । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ ଯାଉଛନ୍ତି ହେମନ୍ତ ସୋରେନ । ରାଞ୍ଚିରେ ଏହି ବଡ଼ ଶପଥ ସମାରୋହର ଆୟୋଜନ କରାଯାଉଛି । ଯେଉଁଥିରେ ସାମିଲ ହେବେ ଇଣ୍ଡିଆ ମେଣ୍ଟର ବହୁ ନେତା ।

ସୋରେନଙ୍କ ପ୍ରାୟ ୩୫ ହଜାର ସମର୍ଥକ ଶପଥ ସମାରୋହରେ ସାମିଲ ହେବେ । ଯେଉଁଥିପାଇଁ ରାଞ୍ଚିର ବିଭିନ୍ନ ହୋଟେଲରେ ଭିଡ଼ ଦେଖିବାକୁ ମିଳିଛି । ହେମନ୍ତ ସୋରେନଙ୍କ ସହ ତାଙ୍କ କ୍ୟାବିନେଟର କିଛି ମନ୍ତ୍ରୀ ମଧ୍ୟ ନେବେ ଶପଥ । ରାଞ୍ଚିର ମୋରାବାଡ଼ି ଗ୍ରାଉଣ୍ଡରେ ହେବ ଶପଥ ସମାରୋହ । ଜେଏମଏମରୁ ୬, କଂଗ୍ରେସରୁ ୪ ଓ ଆରଜେଡିରୁ ଜଣେ ମନ୍ତ୍ରିମଣ୍ଡଳରେ ସାମିଲ ହେବେ ବୋଲି ସୂଚନା ମିଳିଛି ଏଥର ନିର୍ବାଚନରେ ହେମନ୍ତ ସୋରେନଙ୍କ ମନ୍ତ୍ରିମଣ୍ଡଳରେ ଥିବା ୪ ଜଣ ମନ୍ତ୍ରୀ ହାରି ଯାଇଛନ୍ତି । ତେଣୁ କିଛି ନବାଗତଙ୍କୁ କ୍ୟାବିନେଟରେ ସୁଯୋଗ ମିଳିପାରେ । ଝାଡ଼ଖଣ୍ଡରେ ପ୍ରଥମ ଥର ପାଇଁ କୌଣସି ସରକାରକୁ ଲଗାତାର ଦ୍ବିତୀୟ ଥର କ୍ଷମତା ରିପିଟ୍ କରିବାକୁ ସୁଯୋଗ ମିଳିଛି । ୮୧ ବିଶିଷ୍ଟ ଝାଡ଼ଖଣ୍ଡ ବିଧାନସଭାରେ ଜେଏମଏମ ନେତୃତ୍ବାଧୀନ ଇଣ୍ଡିଆ ମେଣ୍ଟକୁ ୫୬ଟି ଆସନ ମିଳିଛି । ଜେଏମଏମ ୩୪, କଂଗ୍ରେସ ୧୬, ଆରଜେଡି ୪, ସିପିଆଇ-ଏମଏଲ ୨ ଆସନରେ ବିଜୟୀ ହୋଇଛନ୍ତି । ବିଜେପିକୁ ମାତ୍ର ୨୧ଟି ଆସନ ମିଳିଛି ।

VS NEWS DESK
Author: VS NEWS DESK

pradeep blr

ಬಿಸಿ ಬಿಸಿ ಸುದ್ದಿ

ಕ್ರಿಕೆಟ್ ಲೈವ್ ಸ್ಕೋರ್

ಚಿನ್ನ ಮತ್ತು ಬೆಳ್ಳಿ ಬೆಲೆಗಳು