ଯୋଗୀ ଆଦିତ୍ୟନାଥଙ୍କ ଯିବ ମୁଖ୍ୟମନ୍ତ୍ରୀ ପଦ! କୋର୍ଟରେ ପହଞ୍ଚିଲା ମାମଲା

ଲକ୍ଷୌ,୨୧।୧୨: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଇସ୍ତଫା ଦାବି କରି ଆହ୍ଲାବାଦ ହାଇକୋର୍ଟରେ ଏକ ମାମଲା ଦାଖଲ ହୋଇଛି। ସିଭିଲ ଲିବର୍ଟିସ ପିପୁଲ୍ସ ୟୁନିଅନର ଉତ୍ତରପ୍ରଦେଶ ଶାଖା ପକ୍ଷରୁ ଏହି ମାମଲା ଦାଖଲ କରାଯାଇଛି। ଯେଉଁଥିରେ ସିଏମ ଯୋଗୀଙ୍କ ଇସ୍ତଫା ଦାବି କରାଯାଇଛି। ଯୋଗୀ ଆଦିତ୍ୟନାଥ ଜଷ୍ଟିସ ଶେଖର କୁମାର ଯାଦବଙ୍କ ବିବୃତ୍ତିକୁ ସମର୍ଥନ କରିଛନ୍ତି ବୋଲି ମାମଲାରେ କୁହାଯାଇଛି।

ସିଏମ ଯୋଗୀଙ୍କ ବିରୋଧରେ ଦାଖଲ ହୋଇଥିବା ମାମଲାରେ ଅଭିଯୋଗ ହୋଇଛି ଯେ ଆହ୍ଲାବାଦ ହାଇକୋର୍ଟର ବିଚାରପତି ଶେଖର କୁମାର ଯାଦବ ନିକଟରେ ଏକ ବିବାଦୀୟ ବିବୃତ୍ତି ଦେଇଥିଲେ। ସିଏମ ଯୋଗୀ ସମାନ ବିବୃତ୍ତିକୁ ସମର୍ଥନ କରିଥିଲେ। ଏହି ମାମଲାରେ କୁହାଯାଇଛି ଯେ, ବିଶ୍ୱ ହିନ୍ଦୁ ପରିଷଦର ଲ ’ସେଲ ଦ୍ୱାରା ଡିସେମ୍ବର ୮, ୨୦୨୪ରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଚାରପତି ଶେଖର କୁମାର ଯାଦବ ମୁସଲମାନ ସମ୍ପ୍ରଦାୟ ବିରୋଧରେ ମନ୍ତବ୍ୟ ଦେଇଥିଲେ ଏବଂ ସୁପ୍ରିମକୋର୍ଟ ଏହି ମାମଲାକୁ ଗ୍ରହଣ କରି ହାଇକୋର୍ଟଙ୍କଠାରୁ ଜବାବ ମାଗିଥିଲେ। ।

ହାଇକୋର୍ଟର ବିଚାରପତି ଶେଖର ଯାଦବଙ୍କ ମନ୍ତବ୍ୟକୁ ସିଏମ ଯୋଗୀ ଆଦିତ୍ୟନାଥ ଖୋଲାଖୋଲି ସମର୍ଥନ କରିଛନ୍ତି। ଯାହାକି ମୁଖ୍ୟମନ୍ତ୍ରୀଙ୍କ ପଦ ଏବଂ ଶପଥର ଚରମ ଉଲ୍ଲଂଘନ, କାରଣ ସେ ତାଙ୍କ ବିବୃତ୍ତି ମାଧ୍ୟମରେ ଭାରତର ସମ୍ବିଧାନକୁ ଅବମାନନା କରିଛନ୍ତି। ତେଣୁ ଯୋଗୀ ଆଦିତ୍ୟନାଥଙ୍କୁ ମୁଖ୍ୟମନ୍ତ୍ରୀ ପଦରୁ ହଟାଇବା ଉଚିତ୍‌ ବୋଲି ଦାବି କରାଯାଇଛି।

ಬಿಸಿ ಬಿಸಿ ಸುದ್ದಿ

ಕ್ರಿಕೆಟ್ ಲೈವ್ ಸ್ಕೋರ್

ಚಿನ್ನ ಮತ್ತು ಬೆಳ್ಳಿ ಬೆಲೆಗಳು