ୟେମେନରେ ହୁତି ବିଦ୍ରୋହୀମାନେ କହିଛନ୍ତି, ଇସ୍ରାଏଲର ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ବିଦ୍ରୋହୀଙ୍କ ଦଖଲରେ ଥିବା ରାଜଧାନୀ ସାନା ଏବଂ ବନ୍ଦର ସହର ହୋଡିଡାକୁ ଟାର୍ଗେଟ କରାଯାଇଛି। ସାନାର ଅନ୍ତର୍ଜାତୀୟ ବିମାନ ବନ୍ଦର ତଥା ହୁତିମାନଙ୍କ ଦ୍ୱାରା ବ୍ୟବହୃତ ଭିତ୍ତିଭୂମି ଉପରେ ଆକ୍ରମଣ କରାଯାଇଛି….
ସାନା: ୟେମେନରେ ହୁତି ବିଦ୍ରୋହୀମାନେ କହିଛନ୍ତି, ଇସ୍ରାଏଲର ପକ୍ଷରୁ ହୋଇଥିବା ଏୟାର ଷ୍ଟ୍ରାଇକ୍ରେ ବିଦ୍ରୋହୀଙ୍କ ଦଖଲରେ ଥିବା ରାଜଧାନୀ ସାନା ଏବଂ ବନ୍ଦର ସହର ହୋଡିଡାକୁ ଟାର୍ଗେଟ କରାଯାଇଛି। ଇସ୍ରାଏଲ୍ ସୈନ୍ୟବାହିନୀ କହିଛନ୍ତି ଯେ, ସାନାର ଅନ୍ତର୍ଜାତୀୟ ବିମାନ ବନ୍ଦର ତଥା ହୋଡିଡା, ଅଲ-ସଲିଫ ଏବଂ ରସ କାଣ୍ଟାଇବ ବନ୍ଦର ତଥା ପାୱାର ଷ୍ଟେସନରେ ହୁତିମାନଙ୍କ ଦ୍ୱାରା ବ୍ୟବହୃତ ଭିତ୍ତିଭୂମି ଉପରେ ଆକ୍ରମଣ କରାଯାଇଛି।
ଏହାର ଗୋଟିଏ ଦିନ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞଜାମିନ୍ ନେତାନ୍ୟାହୁ କହିଥିଲେ, ହମାସ୍ ଏବଂ ହେଜବୁଲ୍ଲା ଉପରେ ଆକ୍ରମଣ ତଥା ବଶର ଅଲ ଆସାଦଙ୍କୁ ଶାସନରୁ ହଟାଇବା ନେଇ ଅନ୍ୟମାନେ ଯାହା ଶିଖିଛନ୍ତି ତାହା ମଧ୍ୟ ହୁତିମାନେ ଏବେ ଜାଣିବେ। ଇସ୍ରାଏଲ ସରକାର କହିଛନ୍ତି ପ୍ରଧାନମନ୍ତ୍ରୀ ନେତାନ୍ୟାହୁ ସାମରିକ ନେତାଙ୍କ ସହ ହୋଇଥିବା ନୂତନ ଆକ୍ରମଣ ଉପରେ କଡ଼ା ନଜର ରଖିଛନ୍ତି। ଇରାନ ସମର୍ଥିତ ହୁତି ଗଣମାଧ୍ୟମ ଏହି ଆକ୍ରମଣକୁ ନିଶ୍ଚିତ କରିଛି କିନ୍ତୁ ଅଧିକ ସୂଚନା ପ୍ରଦାନ କରିନାହିଁ।
କିଛି ଦିନ ତଳେ ଆମେରିକାର ସୈନ୍ୟବାହିନୀ ୟେମେନରେ ହୁତି ବିଦ୍ରୋହୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ। ମିଳିତ ଜାତିସଂଘ କହିଛି ଯେ, ବନ୍ଦର ମାନବିକ ସହାୟତା ପାଇଁ ଗୁରୁତ୍ୱପୂର୍ଣ୍ଣ ଦ୍ୱାର। ତେଣୁ ଏସବୁ ଭିତ୍ତିଭୂମି ଉପରେ ଆକ୍ରମଣ କରାଯିବା ଉଚିତ୍ ନୁହେଁ। ଏହାପୂର୍ବରୁ ତେଲ ଅଭିବର ଏକ ଖେଳ ପଡିଆରେ ହୁତି କ୍ଷେପଣାସ୍ତ୍ର ଆକ୍ରମଣରେ ୧୬ ଜଣ ଆହତ ହୋଇଥିଲେ।
ଗତ ସପ୍ତାହରେ, ଇସ୍ରାଏଲ୍ ଜେଟ୍ ସାନା ଏବଂ ହୋଡିଡା ଉପରେ ଆକ୍ରମଣ କରି ନଅ ଜଣଙ୍କୁ ହତ୍ୟା କରିଥିଲା, ଯାହା ପୂର୍ବ ହୁତି ଆକ୍ରମଣର ପ୍ରତିକ୍ରିୟା ଭାବରେ ବର୍ଣ୍ଣନା କରାଯାଇଥିଲା। ଗାଜାରେ ପାଲେଷ୍ଟାଇନୀୟମାନଙ୍କ ସହ ହୁତିମାନେ ମିଳିତ ଭାବେ ଲୋହିତ ସାଗର କରିଡରରେ ପରିବହନକୁ ଟାର୍ଗେଟ କରୁଥିବା ଅଭିଯୋଗ ହୋଇଛି।
ଗାଜା ଅଞ୍ଚଳର ଏକ ଡାକ୍ତରଖାନା ବାହାରେ ରାତିରେ ଇସ୍ରାଏଲର ଏୟାର ଷ୍ଟ୍ରାଇକ୍ରେ ପାଞ୍ଚ ଜଣ ପାଲେଷ୍ଟାଇନ ସାମ୍ବାଦିକଙ୍କ ମୃତ୍ୟୁ ଘଟିଥିବା ଅଞ୍ଚଳର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି। ଇସ୍ରାଏଲ ସେନା କହିଛି ଯେ ସେମାନେ ସମସ୍ତେ ଆତଙ୍କବାଦୀ ଥିଲେ। ମାତ୍ର ନିଜକୁ ସାମ୍ବାଦିକ ବୋଲି ଦାବି କରୁଥିଲେ।
ଏହି ଆକ୍ରମଣ କେନ୍ଦ୍ରୀୟ ଗାଜାର ନୁସିରାଟ ଶରଣାର୍ଥୀ ଶିବିରରେ ଅଲ-ଅୱାଦା ଡାକ୍ତରଖାନା ବାହାରେ ଏକ କାର ଉପରେ ଆକ୍ରମଣ ହୋଇଥିଲା। ସାମ୍ବାଦିକମାନେ ଇସଲାମିକ୍ ଜିହାଦ୍ ଆତଙ୍କବାଦୀ ଗୋଷ୍ଠୀ ସହ ଜଡିତ। ସମେତ ଏକ ଚ୍ୟାନେଲ୍ ସ୍ଥାନୀୟ ନ୍ୟୁଜ୍ ଆଉଟଲେଟ୍ ପାଇଁ କାର୍ଯ୍ୟ କରୁଥିଲେ।
ସାମ୍ବାଦିକମାନଙ୍କ ସୁରକ୍ଷା କମିଟି କହିଛି ଯେ, ଯୁଦ୍ଧ ଆରମ୍ଭ ହେବା ପରଠାରୁ ୧୩୦ରୁ ଅଧିକ ପାଲେଷ୍ଟାଇନ ସାମ୍ବାଦିକଙ୍କ ମୃତ୍ୟୁ ଘଟିଛି। ଇସ୍ରାଏଲ ବିଦେଶୀ ସାମ୍ବାଦିକମାନଙ୍କୁ ଗାଜାରେ ପ୍ରବେଶ କରିବାକୁ ଅନୁମତି ଦେଇ ନାହିଁ। ଇସ୍ରାଏଲ ପାନ୍-ଆରବ ଅଲ ଜଜିରା ନେଟୱାର୍କ ଉପରେ ପ୍ରତିବନ୍ଧକ ଲଗାଇଛି ଏବଂ ଏହାର ୬ ଜଣ ଭାଜା ସାମ୍ବାଦିକଙ୍କୁ ଆତଙ୍କବାଦୀ ବୋଲି ଅଭିହିତ କରିଛି।