ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପେନସନ୍ ପାଇଁ ହେବ ସହାୟତା କେନ୍ଦ୍ର। ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ନିଷ୍ପତ୍ତିକୁ ଅଧିକ ସୁଗମ କରିବାକୁ ସ୍ଥାୟୀ ସହାୟତା କେନ୍ଦ୍ର ଖୋଲିବାକୁ ସରକାର ପଦକ୍ଷେପ ନେଇଛନ୍ତି।କନକ ବ୍ୟୁରୋ: ସରକାରୀ କର୍ମଚାରୀଙ୍କୁ ଅବସର ଦିନ ପେନସନ୍ ପାଇଁ ହେବ ସହାୟତା କେନ୍ଦ୍ର। ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ନିଷ୍ପତ୍ତିକୁ ଅଧିକ ସୁଗମ କରିବାକୁ ସ୍ଥାୟୀ ସହାୟତା କେନ୍ଦ୍ର ଖୋଲିବାକୁ ସରକାର ପଦକ୍ଷେପ ନେଇଛନ୍ତି। ଏହି କେନ୍ଦ୍ର ମାଧ୍ୟମରେ ଆବେଦନକାରୀମାନେ ପେନସନ୍ ପାଇଁ ଆବେଦନ କରିବା ସହ ଆବଶ୍ୟକ ସହାୟତା ନେଇପାରିବେ। ଏହାଦ୍ବାରା ସଂପୃକ୍ତ କର୍ମଚାରୀଙ୍କ ପେନସନ୍ କାଗଜପତ୍ର ଠିକ ସମୟରେ ଦାଖଲ କରିବାରେ ସହାୟକ ହେବ ବୋଲୀ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଏନେଇ ସବୁ ବିଭାଗୀୟ ମୁଖ୍ୟ ଓ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ରାଜ୍ୟ ମୁଖ୍ୟ ଶାସନ ସଚିବ। ପେନସନ୍ ମଞ୍ଜୁରୀକର୍ତ୍ତାଙ୍କ କାର୍ଯ୍ୟାଳୟରେ ଆବଶ୍ୟକ କର୍ମଚାରୀ ଓ କମ୍ପ୍ୟୁଟର ଉପକରଣ ସହ ତୁରନ୍ତ ସ୍ଥାୟୀ ସହାୟତା କେନ୍ଦ୍ରକୁ କାର୍ଯ୍ୟକ୍ଷମ କରିବା ପାଇଁ ଅନୁସଚିବ ପାହ୍ୟାର ଜଣେ ଅଧିକାରୀଙ୍କୁ ଏହି କେନ୍ଦ୍ରରେ ଦାୟିତ୍ବ ଦିଆଯିବ। ସରକାରୀ କର୍ମଚାରୀଙ୍କୁ ପୂର୍ଣ୍ଣାଙ୍ଗ ପେନସନ୍ ପ୍ରଦାନ ପାଇଁ ରାଜ୍ୟ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ୨୦୨୩ ଜାନୁଆର ୧୬ ତାରିଖରେ ସହାୟତା କେନ୍ଦ୍ର ସ୍ଥାପନ ନେଇ ମାର୍ଗଦର୍ଶିକା ଜାରି ହୋଇଥିଲା।
Author: VS NEWS DESK
pradeep blr