ODIA – Vijayasangharsha news https://vsnewskannada.com news in kannada Fri, 21 Mar 2025 10:39:38 +0000 en-US hourly 1 https://wordpress.org/?v=6.7.2 https://vsnewskannada.com/wp-content/uploads/2024/02/22-150x150.jpg ODIA – Vijayasangharsha news https://vsnewskannada.com 32 32 ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ;ପ୍ରେମିକ ସହ ମିଶି ମହିଳା ଏପରି ଭାବେ କରିଥିଲେ ସ୍ବାମୀଙ୍କ ହତ୍ୟା https://vsnewskannada.com/archives/43648 https://vsnewskannada.com/archives/43648#respond Fri, 21 Mar 2025 10:39:38 +0000 https://www.vsnewskannada.com/?p=43648 ସୌରଭଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ଛୁରୀରେ ସୌରଭଙ୍କ ଛାତିକୁ ଅନେକଥର ଆକ୍ରମଣ କରାଯାଇଥିଲା। ହତ୍ୟା ପରେ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା।ଫରେନସିକ୍ ରିପୋର୍ଟକୁ ଅପେକ୍ଷ‌ା କରାଯାଇଛି।

ମିରଟ: ଉତ୍ତରପ୍ରଦେଶର ମିରଟରେ ସୌରଭ ରାଜପୁତଙ୍କ ହତ୍ୟା ଘଟଣା ସମସ୍ତଙ୍କୁ ଦୋହଲାଇ ଦେଇଛି। ସୌରଭଙ୍କୁ ତାଙ୍କ ସ୍ତ୍ରୀ ମୁସ୍କାନ ନିଜ ପ୍ରେମିକ ସହ ମିଶି ହତ୍ୟା କରିଥିବା ଜଣାପଡ଼ିଛି। ସମ୍ପ୍ରତି ସୌରଭଙ୍କ ଶବବ୍ୟବଚ୍ଛେଦ ରିପୋର୍ଟ ସାମ୍ନାକୁ ଆସି ଯାଇଛି।

ମେରଟର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମଓ) ଡାକ୍ତର ଅଶୋକ କଟାରିଆ କହିଛନ୍ତି ଯେ ରିପୋର୍ଟ ଅନୁସାରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇଯାଇଛି।

ସୌରଭଙ୍କ ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡିଛି ଯେ, ଛୁରୀରେ ସୌରଭଙ୍କ ଛାତିକୁ ଅନେକଥର ଆକ୍ରମଣ କରାଯାଇଥିଲା। ହତ୍ୟା ପରେ ଶରୀରକୁ ଖଣ୍ଡଖଣ୍ଡ କରି କାଟି ଦିଆଯାଇଥିଲା।

ଫରେନସିକ୍ ରିପୋର୍ଟକୁ ଅପେକ୍ଷ‌ା କରାଯାଇଛି। ପୋଷ୍ଟମର୍ଟମ ରିପୋର୍ଟରେ ଶରୀରରେ ଥିବା କ୍ଷତ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ଡାକ୍ତରୀ ତଥ୍ୟ ମଧ୍ୟ ସଂଗ୍ରହ କରାଯାଇଛି, ଯାହା ପୁଲିସକୁ ମାମଲା ସମାଧାନ କରିବାରେ ସାହାଯ୍ୟ କରିବ।

ଉଭୟ ଅଭିଯୁକ୍ତ ଅପରାଧ ସ୍ୱୀକାର କରିଛନ୍ତି। ଆମେ କିଛି ପ୍ରମାଣ ମଧ୍ୟ ପାଇଛୁ। ତନ୍ତ୍ର-ମନ୍ତ୍ରର ଦୃଷ୍ଟିକୋଣରୁ ଏପର୍ଯ୍ୟନ୍ତ ଆମେ କୌଣସି ପ୍ରମାଣ ପାଇନାହୁଁ ।

]]>
https://vsnewskannada.com/archives/43648/feed 0
ଗାମୁଚ୍ଛା ପିନ୍ଧି ରେଳ ଧାରଣାରେ ବସି ହଙ୍ଗାମା କରିବା ମହଙ୍ଗା ପଡ଼ିଲା https://vsnewskannada.com/archives/43645 https://vsnewskannada.com/archives/43645#respond Fri, 21 Mar 2025 10:38:37 +0000 https://www.vsnewskannada.com/?p=43645 ଧାରଣାରେ ଛିଡ଼ା ହୋଇଥିବା ଟ୍ରେନ ସାମ୍ନାରେ ଚଢ଼ିଗଲେ ଯୁବକ। ବାଡ଼ି ଧରି ଘଉଡାଇଲେ ଲୋlକୋପାଇଲଟ। ରାଗରେ ଧାରଣାରେ ବସି ଟ୍ରେନକୁ ଯିବାକୁ ଦେଲେ ନାହିଁ ମଦ୍ୟପ ଯୁବକ। ଧାରଣାରୁ ଯୁବକଙ୍କୁ ‌ଟେକି ନେଲା ଜିଆରପି ପୁଲିସ ।ପ୍ରାଥମିକ ଯାଞ୍ଚରୁ ଜଣାପଡ଼ିଛି କି ଘଟଣାରେ ସମ୍ପୃକ୍ତ ଥିବା ଯୁବକ ଜଣକ ଅତ୍ୟଧିକ ମଦପାନ କରିଥିବା ସହିତ ତାଙ୍କର ମାନସିକ ଅବସ୍ଥା ଭଲ ନାହିଁ।

ମୁମ୍ବାଇ: କିଛିଦିନ ହେବ ସୋସିଆଲ ମିଡିଆରେ ଏକ ଭିଡିଓ ଘୁରି ବୁଲୁଛି। ଯେଉଁଥିରେ ଜଣେ ବ୍ୟକ୍ତିଙ୍କୁ ରେଳଧାରଣାରେ ପୋଷାକ ଖୋଲି ବସିଥିବା ଦେଖିବାକୁ ମିଳୁଛି।

ଭିଡିଓରେ ଦେଖିବାକୁ ମିଳୁଛି ମୁମ୍ବାଇର ରେଳ ପ୍ଲାଟଫର୍ମରେ ଯାତ୍ରୀମାନେ ଯିବା ଆସିବା କରୁଛନ୍ତି। ଏହି ସମୟରେ  ଧାରଣାରେ ଏକ ଟ୍ରେନ ଛିଡ଼ା ହୋଇଛି। ଏହି ଟ୍ରେନର ସାମ୍ନା ପାର୍ଶ୍ବରେ ହଠାତ ଜଣେ ଯୁବକ ଚଢ଼ି ଯାଉଛନ୍ତି। ଯୁବକଙ୍କୁ ଏପରି ଚଢ଼ିବା ଦେଖି  ଲୋକପାଇଲଟ ବାରଣ କରୁଛନ୍ତି। କିନ୍ତୁ ସେ ଶୁଣି ନାହାନ୍ତି। ଏହାପରେ ଲୋକୋପାଇଲଟ ବାଡ଼ି ଦେଖାଇ ଯୁବକଙ୍କୁ ଭୟଭୀତ କରି ଘଉଡ଼ାଇବାକୁ ଚେଷ୍ଟା କରୁଛନ୍ତି।ଏହାପରେ ଯୁବକ ଜଣକ ଟ୍ରେନରୁ ଓହ୍ଲାଇ ଆସି ଏକ ଧଳାରଙ୍ଗର ଗାମୁଚ୍ଛା ପିନ୍ଧି ରେଳ ଧାରଣାରେ ବସି ରହିଥିଲେ। ଲୋକୋପାଇଲଟ ତାଙ୍କୁ ଧାରଣାରୁ ହଟିବା ପାଇଁ ଯେତେ କହିଥିଲେ ବି ସେ ଶୁଣି ନଥିଲେ। ଘଟଣା ସମ୍ପର୍କରେ ଖବର ପାଇବା ପ‌ରେ ଜିଆରପି ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଧାରଣାରୁ ଟେକି ନେଇ ପଚରାଉଚରା ଜାରି ରଖିଛି।

]]>
https://vsnewskannada.com/archives/43645/feed 0
ହନିଟ୍ରାପ୍‌ ପ୍ରସଂଗ‌କୁ ନେଇ କମ୍ପିଲା କର୍ଣ୍ଣାଟକ ବିଧାନସଭା https://vsnewskannada.com/archives/43642 https://vsnewskannada.com/archives/43642#respond Fri, 21 Mar 2025 10:36:48 +0000 https://www.vsnewskannada.com/?p=43642 କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି।

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭାରେ ମୁଖ୍ୟମନ୍ତ୍ରୀ ସିଦ୍ଧରମୟାଙ୍କ ବିରୋଧରେ ହନଟ୍ରାପ ଦୁର୍ନୀତି ଅଭିଯୋଗ ଆସିବା ପରେ ତାହାକୁ ନେଇ ବିବାଦ ଉପୁଜିଛି। ଏହି ମାମଲାରେ ୪୮ ଜଣ ବରିଷ୍ଠ ମନ୍ତ୍ରୀ ସାମିଲ୍‌ ଥିବା ଅଭିଯୋଗ ହୋଇଛି।

କର୍ଣ୍ଣାଟକ ସମବାୟ ମନ୍ତ୍ରୀ କେ ଏନ୍‌ ରାଜନ୍ନ ଆଜି ବିଧାନସଭାରେ ବିସ୍ଫୋରକ ଦାବି କରିଛନ୍ତି ।  ତାଙ୍କ ଉପରେ ହନିଟ୍ରାପ୍‌ ଉଦ୍ୟମ ହୋଇଥିବା ଅଭିଯୋଗ କରିଛନ୍ତି । ‌କେବଳ ସେ ନୁହନ୍ତି ରାଜ୍ୟର ଅନ୍ୟ ମନ୍ତ୍ରୀ ନେତାଙ୍କ ସମେତ କେନ୍ଦ୍ରୀୟ ନେତୃବୃନ୍ଦ ମଧ୍ୟ ଏହାର ଶିକାର ହୋଇଛନ୍ତି ।  ହନିଟ୍ରାପ୍‌ରେ ୪୮ ଜଣ ନେତା ଫସିଛନ୍ତି ବୋଲି ସେ ବିବୃତି ଦେଇଛନ୍ତି ।

ଉକ୍ତ ଘଟଣାର ତଦନ୍ତ ପାଇଁ ଦାବି କରିବା ପରେ ଗୃହ ମନ୍ତ୍ରୀ ଜି ପରମେଶ୍ବର ଉକ୍ତ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ବଜେଟ୍‌ ଅଧିବେଶନ ଆଲୋଚନା ସମୟରେ ବିଜୟପୁରା ବିଧାୟକ ବସନଗୌଡ଼ା ପାଟିଲ  ଏହି ପ୍ରସଙ୍ଗ ଉଠାଇଥିଲେ ଏବଂ କହିଥିଲେ ଯେ ରାଜ୍ୟରେ ସମବାୟ ମନ୍ତ୍ରୀଙ୍କୁ ହନିଟ୍ରାପ୍‌ କରିବାପାଇଁ ଉଦ୍ୟମ ହୋଇଥିଲା ।

ସେହିଭଳି ବିଜେପି ନେତା ତଥା ବିରୋଧୀ ଦଳ ନେତା ଆର୍‌ ଅଶୋକା ଏହି ଘଟଣାର ତଦନ୍ତ ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ହେବା ଆବଶ୍ୟକ ବୋଲି କହିଛନ୍ତି।  ସରକାର ଏଭଳି  ଘଟଣାକୁ ଗମ୍ଭୀରତାର ସହ ଗ୍ରହଣ କରିବା ଉଚିତ ବୋଲି ସେ ମତ ଦେଇଛନ୍ତି।

]]>
https://vsnewskannada.com/archives/43642/feed 0
ଆଜିଠାରୁ ସକାଳୁଆ ସ୍କୁଲ: ରାଜସ୍ବ ମନ୍ତ୍ରୀ କହିଥିଲେ, ଏପ୍ରିଲ୍‌ ୨ରୁ ଗଣଶିକ୍ଷା ମନ୍ତ୍ରୀ କହିଲେ, ଆଜିଠାରୁ https://vsnewskannada.com/archives/43639 https://vsnewskannada.com/archives/43639#respond Fri, 21 Mar 2025 10:35:27 +0000 https://www.vsnewskannada.com/?p=43639 ମାର୍ଚ୍ଚ ୧୯। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଲେ, ଏପ୍ରିଲ୍‌ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ସକାଳୁଆ ସ୍କୁଲ୍‌ ଚାଲିବ। ଏ ନେଇ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୨୦।

ଭୁବନେଶ୍ବର: ମାର୍ଚ୍ଚ ୧୯। ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ ଗଣମାଧ୍ୟମକୁ କହିଲେ, ଏପ୍ରିଲ୍‌ ୨ରୁ ନୂଆ ଶିକ୍ଷା ବର୍ଷ ଆରମ୍ଭ ହେବା ସହ ସକାଳୁଆ ସ୍କୁଲ୍‌ ଚାଲିବ। ଏ ନେଇ ନିଷ୍ପତ୍ତି ହୋଇଛି। ମାର୍ଚ୍ଚ ୨୦। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କହିଲେ, ଆସନ୍ତାକାଲି ଠାରୁ ଅର୍ଥାତ ୨୧ ତାରିଖ ଠାରୁ ସକାଳୁଆ ସ୍କୁଲ୍‌ ହେବ। ବିଭାଗୀୟ ସଚିବ ସବୁ ଜିଲ୍ଲାପାଳଙ୍କୁ ଏହି ମର୍ମରେ ପତ୍ର ଲେଖିଲେ। ଏଥିରେ ଦର୍ଶାଇଲେ, ତୁରନ୍ତ ସକାଳୁଆ ସ୍କୁଲ କରାଯିବା ପାଇଁ ବ୍ୟବସ୍ଥା କର। ଖରାକୁ ନଜରରେ ରଖି ସମସ୍ତ ସରକାରୀ, ସରକାରୀ ଅନୁଦାନପ୍ରାପ୍ତ ଓ ଘରୋଇ ସ୍କୁଲ୍‌ରେ ପ୍ରଥମ ଶ୍ରେଣୀରୁ ଦ୍ବାଦଶ ଶ୍ରେଣୀ ସକାଳ ସାଢ଼େ ୬ଟାରୁ ସାଢ଼େ ୧୦ଟା ପର୍ଯ୍ୟନ୍ତ ଚାଲିବ।

ସରକାରଙ୍କ ଦୁଇଟି ବିଭାଗ ମଧ୍ୟରେ ଏମିତି ସମନ୍ବୟର ଅଭାବ ଏବେ ଚର୍ଚ୍ଚାର ବିଷୟ ହୋଇଛି। ରାଜସ୍ବ ମନ୍ତ୍ରୀ ବିବୃତି ଦେବାର ୨୪ ଘଣ୍ଟା ନ ପୂରୁଣୁ ଗଣଶିକ୍ଷା ମନ୍ତ୍ରୀ ଓ ତାଙ୍କ ବିଭାଗ ସ୍ପଷ୍ଟୀକରଣ ଦେଲା ପରେ ସରକାରରେ ସମନ୍ବୟ ଅଭାବ ଧରାପଡ଼ିଯାଇଛି। ଯଦି ରାଜସ୍ବ ମନ୍ତ୍ରୀଙ୍କ କଥାକୁ ବିଶ୍ବାସ କରାଯାଏ, ତେବେ ୨ ତାରିଖରୁ ସକାଳୁଆ ସ୍କୁଲ୍‌ ହେବ ବୋଲି ସରକାର ନିଷ୍ପତ୍ତି ନେଇ ସାରିଥିଲେ। କିନ୍ତୁ ୨୪ ଘଣ୍ଟା ଭିତରେ ଏମିତି କ’ଣ ଖରା ବଢ଼ିଗଲା ଯେ ସରକାର ନିଷ୍ପତ୍ତି ବଦଳାଇ ତୁରନ୍ତ ସକାଳୁଆ କରିବାକୁ କହିଦେଲେ? ଯଦି ନିଷ୍ପତ୍ତି ହୋଇ ନଥିଲା, ତେବେ ରାଜସ୍ବ ମନ୍ତ୍ରୀ କେଉଁ ଆଧାରରେ ଏପ୍ରିଲ୍‌ ୨ରୁ ସକାଳୁଆ କହିଦେଲେ? ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର କାମ ହେଲା ଖରା ପ୍ରକୋପ ନେଇ ସତର୍କ ଓ ସଚେତନ କରାଇବା। ବିଦ୍ୟାଳୟ କେବେଠାରୁ ସକାଳୁଆ ହେବ, ସେହି ନିଷ୍ପତ୍ତି ଗଣଶିକ୍ଷା ବିଭାଗର। କିନ୍ତୁ ଗଣଶିକ୍ଷା ବିଭାଗର ନିଷ୍ପତ୍ତିକୁ ଅପେକ୍ଷା ନକରି ରାଜସ୍ବ ମନ୍ତ୍ରୀ ଉପରେ ପଡ଼ି ବିବୃତି ଦେଲେ। ଆଜି ଗଣଶିକ୍ଷା ମନ୍ତ୍ରୀଙ୍କ ବିବୃତି ଓ ତାଙ୍କ ବିଭାଗର ପତ୍ର ଜାରି ହେଲା ପରେ ରାଜସ୍ବ ମନ୍ତ୍ରୀ ଅପଦସ୍ଥ ହେ‌ଲେ। ପୂରା ସରକାର ଲୋକହସା ହେଲା।

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ପତ୍ରରେ ଖରାକୁ ନେଇ ବିଦ୍ୟାଳୟ କର୍ତ୍ତୃପକ୍ଷ କ’ଣ କ’ଣ ପଦକ୍ଷେପ ଗ୍ରହଣ କରିବେ ସେ ସଂପର୍କରେ ପତ୍ରରେ ଉଲ୍ଲେଖ ରହିଛି। ବିଭାଗ ପକ୍ଷରୁ କୁହାଯାଇଛି ଯେ ସ୍କୁଲଗୁଡ଼ିକରେ ପିଇବା ପାଣିକୁ ସୁନିଶ୍ଚିତ କରିବାକୁ ହେବ। ଆବଶ୍ୟକ ପଡ଼ିଲେ ବିଦ୍ୟାଳୟ ପରିସରରେ ଥିବା ଟ୍ୟୁବ୍‌ୱେଲର ମରାମତି କରାଯାଉ। ବିଦ୍ୟାଳୟରେ ଯଥେଷ୍ଟ ସଂଖ୍ୟକ ଓଆର୍‌ଏସ୍ ପ୍ୟାକେଟ୍ ମହଜୁଦ ରଖିବା, ଖରାରେ ପିଲାମାନେ ଯେପରି ଅଧିକ ନ ବାହାରିବେ ସେଥିପାଇଁ ବାହ୍ୟ କାର୍ଯ୍ୟକ୍ରମକୁ ନିୟନ୍ତ୍ରଣ କରାଯାଉ। ସ୍କୁଲକୁ ଆସିବା ସମୟରେ ପିଲାମାନେ ଯେପରି ପାଣି ବୋତଲ ଆଣିବେ, ସେଥିପାଇଁ ଅଭିଭାବକମାନଙ୍କୁ ସଚେତନ କରାଯାଉ। ଏହାସହ ଖରା ସଂପର୍କରେ ଛାତ୍ରଛାତ୍ରୀ କିଭଳି ସଚେତନତା ଅବଲମ୍ବନ କରିବେ, ସେ ସଂପର୍କରେ ବିଦ୍ୟାଳୟରେ କିଛି ସମୟ ଶିକ୍ଷା ଦିଆଯାଉ। ତେବେ ପାଣିପାଗର ସ୍ଥିତିକୁ ନଜର ରଖି ଜିଲ୍ଲାପାଳ ସ୍କୁଲ ସମୟରେ ପରିବର୍ତ୍ତନ କରିପାରିବେ ବୋଲି ବିଭାଗୀୟ ପତ୍ରରେ କୁହାଯାଇଛି।

]]>
https://vsnewskannada.com/archives/43639/feed 0
ଏପ୍ରିଲ ୧ରୁ ଏହି ମୋବାଇଲ୍ ନମ୍ବରରେ ଚାଲିବନି ୟୁପିଆଇ ! https://vsnewskannada.com/archives/43636 https://vsnewskannada.com/archives/43636#respond Fri, 21 Mar 2025 10:34:32 +0000 https://www.vsnewskannada.com/?p=43636 ଏପ୍ରିଲ ୧ରୁ ମୋବାଇଲ୍ ନମ୍ବରଗୁଡ଼ିକରେ ବନ୍ଦ ହୋଇଯିବ ୟୁପିଆଇ ସେବା। ଟଙ୍କା ପଠାଇ ପାରିବେନି ଲୋକେ। ତେବେ ସବୁ ନମ୍ବରରେ ନୁହେଁ କେବଳ ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକରେ ୟୁପିଆଇ ସେବା ଆଉ କାମ କରିବ ନାହିଁ।

ନୂଆଦିଲ୍ଲୀ: ଏପ୍ରିଲ ୧ରୁ ମୋବାଇଲ୍ ନମ୍ବରଗୁଡ଼ିକରେ ବନ୍ଦ ହୋଇଯିବ ୟୁପିଆଇ ସେବା। ଟଙ୍କା ପଠାଇ ପାରିବେନି ଲୋକେ। ତେବେ ସବୁ ନମ୍ବରରେ ନୁହେଁ କେବଳ ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକରେ ୟୁପିଆଇ ସେବା ଆଉ କାମ କରିବ ନାହିଁ। ଜାଲିଆତି ଏବଂ ଅନଧିକୃତ କାରବାରକୁ ରୋକିବା ପାଇଁ ନ୍ୟାସନାଲ୍ ପେମେଣ୍ଟ୍ସ କର୍ପୋରେସନ୍ ଅଫ୍ ଇଣ୍ଡିଆ (ଏନପିସିଆଇ), ବ୍ୟାଙ୍କ ଏବଂ ପେମେଣ୍ଟ୍ ସେବା ପ୍ରଦାନକାରୀ (ପିଏସପି) ଗୁଡ଼ିକୁ ଏପରି ନମ୍ବରଗୁଡ଼ିକୁ ଡିଲିଙ୍କ୍ କରିବାକୁ ନିର୍ଦ୍ଦେଶ ଦେଇଛି।

ୟୁପିଆଇ ସହିତ ଲିଙ୍କ୍ ହୋଇଥିବା ନିଷ୍କ୍ରିୟ ମୋବାଇଲ୍ ନମ୍ବରଗୁଡ଼ିକ ସୁରକ୍ଷା ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ବ୍ୟବହାରକାରୀମାନେ ସେମାନଙ୍କର ନମ୍ବର ପରିବର୍ତ୍ତନ କଲେ କିମ୍ବା ଲମ୍ବା ସମୟ ପର୍ଯ୍ୟନ୍ତ ନମ୍ବରକୁ ବ୍ୟବହାର ନକଲେ ବି ସେମାନଙ୍କର ୟୁପିଆଇ ଆକାଉଣ୍ଟଗୁଡ଼ିକ ପ୍ରାୟତଃ ସକ୍ରିୟ ରହିଥାଏ। ଏହା ଦ୍ବାରା ଅନ୍‌ଲାଇନ୍ ଠକ ଫାଇଦା ଉଠାନ୍ତି। ଏହାକୁ ରୋକିବା ପାଇଁ, ଏନପିସିଆଇର ନିର୍ଦ୍ଦେଶ ଅନୁଯାୟୀ, ଗୁଗୁଲ ପେ’, ଫୋନ୍‌ପେ’ ଏବଂ ପେଟିଏମ ପରି ବ୍ୟାଙ୍କ ଓ ପେମେଣ୍ଟ ଆପ୍ ଏବେ ୟୁପିଆଇ ସିଷ୍ଟମରୁ ନିଷ୍କ୍ରିୟ ନମ୍ବରଗୁଡ଼ିକୁ ହଟାଇବେ।

ବ୍ୟାଙ୍କଗୁଡ଼ିକ କିପରି ନୂତନ ନିୟମ କାର୍ଯ୍ୟକାରୀ କରିବେ

୧. ବ୍ୟାଙ୍କ ଏବଂ ପିଏସପିଗୁଡ଼ିକ ଥର ଥର କରି ନିଷ୍କ୍ରିୟ ଥିବା ମୋବାଇଲ୍ ନମ୍ବରଗୁଡ଼ିକୁ ଚିହ୍ନଟ କରିବେ ଏବଂ ଏହାକୁ ହଟାଇବେ।

୨. ହଟାଇବା ପୂର୍ବରୁ ପ୍ରଭାବିତ ଉପଭୋକ୍ତାମାନଙ୍କୁ ଏବିଷୟରେ ମେସେଜ୍ ମାଧ୍ୟମରେ ସୂଚନା ଦିଆଯିବ।

୩. ଚେତାବନୀ ସତ୍ତ୍ୱେ ଯଦି କୌଣସି ମୋବାଇଲ୍ ନମ୍ବର ନିଷ୍କ୍ରିୟ ରହେ, ତେବେ ଠକେଇକୁ ରୋକିବା ପାଇଁ ଏହାକୁ ୟୁପିଆଇରୁ ତାଲିକାରୁ ହଟାଯିବ।

୪. ବ୍ୟବହାରକାରୀମାନେ ସମୟସୀମା ପୂର୍ବରୁ ସେମାନଙ୍କର ମୋବାଇଲ୍ ନମ୍ବରକୁ ଅପଡେଟ୍ କରି ସେମାନଙ୍କର ୟୁପିଆଇ ଆକ୍ସେସ୍ ପୁନଃସ୍ଥାପିତ କରିପାରିବେ।

କିଏ ପ୍ରଭାବିତ ହେବେ?

୧. ଯେଉଁ ଉପଭୋକ୍ତାମାନେ ସେମାନଙ୍କର ମୋବାଇଲ୍ ନମ୍ବର ପରିବର୍ତ୍ତନ କରିଛନ୍ତି କିନ୍ତୁ ବ୍ୟାଙ୍କ ସହିତ ଏହାକୁ ଅପଡେଟ୍ କରିନାହାଁନ୍ତି।

୨. ଯେଉଁ ଉପଭୋକ୍ତାମାନେ ନିଷ୍କ୍ରିୟ ନମ୍ବର ରଖିଛନ୍ତି ଏବଂ ଦୀର୍ଘ ସମୟ ଧରି କଲ୍, ଏସଏମଏସ କିମ୍ବା ବ୍ୟାଙ୍କିଂ ଆଲର୍ଟ ପାଇଁ ବ୍ୟବହାର କରିନାହାନ୍ତି।

୩.ଯେଉଁ ଉପଭୋକ୍ତାମାନେ ସେମାନଙ୍କର ବ୍ୟାଙ୍କ ବିବରଣୀ ଅପଡେଟ୍ ନକରି ସେମାନଙ୍କର ନମ୍ବର ସରେଣ୍ଡର କରିଛନ୍ତି।

୪. ଯେଉଁ ଉପଭୋକ୍ତାମାନଙ୍କର ପୁରୁଣା ନମ୍ବର ବର୍ତ୍ତମାନରେ ଅନ୍ୟ କାହାକୁ ଦିଆଯାଇଛି।

]]>
https://vsnewskannada.com/archives/43636/feed 0
ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି: କଟାକ୍ଷ କଲେ ମନ୍ତ୍ରୀ https://vsnewskannada.com/archives/43633 https://vsnewskannada.com/archives/43633#respond Fri, 21 Mar 2025 10:33:35 +0000 https://www.vsnewskannada.com/?p=43633 ଭୁବନେଶ୍ୱର,୨୧।୩: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାଲିନଙ୍କ ନେତୃତ୍ୱରେ ଶନିବାର ଚେନ୍ନାଇରେ ହେବାକୁ ଥିବା ଡିଲିମିଟେସନ ବୈଠକରେ ଯୋଗଦେବ ବିଜେଡି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ବୈଠକରେ ଯୋଗ ଦେଉ ନ ଥିବା ବେଳେ ତାଙ୍କ ସହମତିରେ ବିଜେଡି ବରିଷ୍ଠ ନେତା ଅମର ପଟ୍ଟନାୟକ ଏବଂ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ବୈଠକରେ ଯୋଗଦେବେ। ଏନେଇ ଏହି ୨ନେତା ଶୁକ୍ରବାର ଚେନ୍ନାଇ ଯାଇଛନ୍ତି। ଯାହାକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହେବାରେ ଲାଗିଛି ।

ଡିଲିମିଟେସନ ବୈଠକରେ ବିଜେଡି ଯୋଗଦେବା କଥା ଜଣାପଡିବା ପରେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ବିଜେଡିକୁ ସମାଲୋଚନା କରିଛନ୍ତି । ବିଜେଡି ନିଜର ସୁରକ୍ଷା ପାଇଁ ବିଭିନ୍ନ ଦଳର କ୍ୟାମ୍ପକୁ ଯାଇପାରେ। ଏହା ତାଙ୍କର ନିଜସ୍ବ ନିଷ୍ପତ୍ତି। ଏଥିରେ କିଛି ଅସୁବିଧା ନାହିଁ ବୋଲି କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି । ଚେନ୍ନାଇ ବୈଠକରେ ବିଜେଡି ପ୍ରତିନିଧି ଦଳ ଯୋଗଦେବା କିଛି ପ୍ରାସଙ୍ଗିକତା ନାହିଁ । ଯୋଉ ଟିମ୍‌ ମ୍ୟାଚ ଖେଳିବାର ନାହିଁ । ସେ ଟିମ୍‌ ଯିବ ମ୍ୟାଚ ଖେଳିବ, ତାର କିଛି ମାନେ ନାହିଁ।

ବିଜେଡି ପ୍ରତିନିଧି ଦଳ ଚେନ୍ନାଇ ବୈଠକରେ ଯୋଗ ଦେବ କି ନାହିଁ ସେଥିରେ କିଛି ମନା ନାହିଁ । କାରଣ ଆଗକୁ ବିଜେଡି ରହିବ ନାହିଁ । ବିଜେଡି ରାଜନୀତିର ସମୀକରଣ ବଦଳିଲେ କିଛି ଅସୁବିଧା ନାହିଁ । ଭାଜପା ଏବଂ ଏନ୍‌ଡିଏ ଦେଶ ଏବଂ ରାଜ୍ୟକୁ ଚଳାଇବା ପାଇଁ ସକ୍ଷମ ବୋଲି ମନ୍ତ୍ରୀ କହିଛନ୍ତି।

]]>
https://vsnewskannada.com/archives/43633/feed 0
ଆଉ ଶୁଭୁନି ଘରଚଟିଆଙ୍କ କିଚିରିମିଚିରି ଶବ୍ଦ https://vsnewskannada.com/archives/43291 https://vsnewskannada.com/archives/43291#respond Thu, 20 Mar 2025 01:51:49 +0000 https://www.vsnewskannada.com/?p=43291 ଘରଚଟିଆମାନଙ୍କ କିଚିରିମିଚିରି ଶବ୍ଦ ଏବେ ଅନେକ ଲୋକଙ୍କ ପିଲାଦିନର ସ୍ମୃତିର ଏକ ଅଂଶ ପାଲଟିଯାଇଛି। ଏକ ସମୟ ଥିଲା ଯେତେବେଳେ ସବୁଠି ଚଢ଼େଇ ଦେଖାଯାଉଥିଲେ, ତାହା ଗାଁର ସକାଳର ଶାନ୍ତି ହେଉ କିମ୍ବା ସହରଗୁଡ଼ିକର ବ୍ୟସ୍ତବହୁଳ ରାସ୍ତା। କିନ୍ତୁ ଗତ କିଛି ଦଶନ୍ଧି ମଧ୍ୟରେ, ଏହି ଛୋଟ ପକ୍ଷୀଟି ଆମ ଦୁନିଆରୁ ଲୋପ ପାଇବାକୁ ଲାଗିଛି। ସେମାନଙ୍କର ହ୍ରାସ ପାଉଥିବା ସଂଖ୍ୟା ଚିନ୍ତାର ବିଷୟ ପାଲଟିଛି। ଆମେ କାହିଁକି ଘରଚଟିଆ ଦିବସ ପାଳନ କରୁ? ଚଳିତ ବର୍ଷ ଏହାର ବିଷୟବସ୍ତୁ କ’ଣ ଏବଂ ଘରଚଟିଆମାନଙ୍କୁ ବଞ୍ଚାଇବା ପାଇଁ ଆମେ ସମସ୍ତେ ଏକାଠି କ’ଣ କରିପାରିବା ସେ ସମ୍ପର୍କରେ ଜାଣନ୍ତୁ…

ଏହି ସୁନ୍ଦର ପକ୍ଷୀଙ୍କ ହ୍ରାସ ପାଉଥିବା ସଂଖ୍ୟା ବିଷୟରେ ଲୋକଙ୍କୁ ସଚେତନ କରିବା ଏବଂ ଏହାକୁ ବଞ୍ଚାଇବା ପାଇଁ ପ୍ରେରଣା ଦେବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ୨୦ରେ ‘ବିଶ୍ୱ ଘରଚଟିଆ ଦିବସ’ପାଳନ କରାଯାଏ। ଏହି ବର୍ଷର ବିଷୟବସ୍ତୁ ହେଉଛି ‘ମୁଁ ଚଢ଼େଇମାନଙ୍କୁ ଭଲ ପାଏ’। ଏହି ଥିମ୍‌ର ଲକ୍ଷ୍ୟ ହେଉଛି ଲୋକଙ୍କ ମଧ୍ୟରେ ଚଢ଼େଇ ପ୍ରତି ପ୍ରେମ ବା ଭଲପାଇବା ବୃଦ୍ଧି କରିବା ଏବଂ ସେମାନଙ୍କର ସଂରକ୍ଷଣ କରିବା।

ଘରଚଟିଆ କେବଳ ଏକ ପକ୍ଷୀ ନୁହେଁ ବରଂ ଆମ ପରିବେଶର ଏକ ବାରୋମିଟର। ଯଦି ଏହା ଅଦୃଶ୍ୟ ହୋଇଯାଉଛି, ତେବେ ବୁଝିଯାଅ ଯେ, ପ୍ରକୃତି ସହିତ କିଛି ଭୁଲ୍‌ ଘଟୁଛି। ଜୈବ ବିବିଧତା ଏବଂ ପରିସଂସ୍ଥା ପାଇଁ ସେମାନଙ୍କର ଉପସ୍ଥିତି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।

ଘରଚଟିଆଙ୍କୁ ବଞ୍ଚାଇବା ପାଇଁ ଛୋଟ ଛୋଟ ପ୍ରୟାସ ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆପଣ ମଧ୍ୟ ଏଥିରେ ଯୋଗଦାନ କରିପାରିବେ। ଘରଚଟିଆମାନଙ୍କୁ ବଞ୍ଚାଇବା ପାଇଁ, ଆପଣଙ୍କ ଘର ବାହାରେ ଛୋଟ ବସାଟିଏ ରଖନ୍ତୁ। ପାଣି ଏବଂ ଶସ୍ୟର ବ୍ୟବସ୍ଥା କରନ୍ତୁ। ଯଥାସମ୍ଭବ କମ୍‌ କୀଟନାଶକ ବ୍ୟବହାର କରନ୍ତୁ। ଉଦ୍ୟାନ ଏବଂ ସବୁଜ ଗଛଗୁଡ଼ିକୁ ରକ୍ଷା କରନ୍ତୁ। ଟେରାସ ଏବଂ ବାଲକୋନିରେ ପାଣି ଏବଂ ଶସ୍ୟ ରଖନ୍ତୁ। ଘରଚଟିଆଙ୍କୁ ବଞ୍ଚାଇବା ଦାୟିତ୍ୱ କେବଳ ସରକାର କିମ୍ବା ପରିବେଶବିତ୍‌ଙ୍କର ନୁହେଁ, ବରଂ ଆମ ସମସ୍ତଙ୍କର। ଯଦି ଆମେ ଏକାଠି ଛୋଟ ଛୋଟ ପକ୍ଷକ୍ଷେପ ନେବା, ତେବେ ଏହି ସୁନ୍ଦର ପକ୍ଷୀଟି ପୁଣି ଆମ ଚାରିପାଖରେ ଦେଖାଯିବ।

]]>
https://vsnewskannada.com/archives/43291/feed 0
IPL ୨୦୨୫: କେଉଁ ୧୩ ଖେଳାଳିଙ୍କୁ ବାହାର କରିବ ଗୁଜରାଟ ଟାଇଟନ୍ସ, କାହାକୁ ମିଳିବ ସୁଯୋଗ? https://vsnewskannada.com/archives/43288 https://vsnewskannada.com/archives/43288#respond Thu, 20 Mar 2025 01:49:38 +0000 https://www.vsnewskannada.com/?p=43288 ନୂଆଦିଲ୍ଲୀ,୧୯।୩: IPL ୨୦୨୫ରେ ଗୁଜରାଟ ଟାଇଟନ୍ସ ୨୫ ମାର୍ଚ୍ଚରେ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଏହାର ଅଭିଯାନ ଆରମ୍ଭ କରିବ। ଦଳ ନୂତନ ସିଜିନ ପାଇଁ ସର୍ବାଧିକ ସ୍କ୍ବାର୍ଡ ବାଛିଛି। ଅର୍ଥାତ ମୋଟ ୨୫ ଜଣ ଖେଳାଳିଙ୍କୁ କିଣାଯାଇଥିବା ବେଳେ ଏଥିପାଇଁ ୧୧୯.୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। କିନ୍ତୁ ଏବେ ଗୁଜରାଟ ଟାଇଟନ୍ସକୁ ସେମାନଙ୍କର ଯେକୌଣସି ୧୩ ଜଣ ଖେଳାଳିଙ୍କୁ ଛାଡ଼ିବାକୁ ପଡିବ। କାରଣ ମଇଦାନରେ କେବଳ ୧୨ ଜଣ ଖେଳାଳି ଖେଳିବେ। ତେଣୁ ପ୍ରଶ୍ନ ହେଉଛି ସେହି ୧୨ ଜଣ କିଏ ହେବେ?
ଗୁଜୁରାଟ ଆଇପିଏଲ୍‌ ୨୦୨୫ ପାଇଁ ଶୁଭମନ ଗିଲଙ୍କୁ ଅଧିନାୟକ ଭାବରେ ନିଯୁକ୍ତ କରିଛି। ଏହି ଦୃଷ୍ଟିରୁ ତାଙ୍କର ଖେଳିବା କେବଳ ଲିଗର ପ୍ରଥମ ମ୍ୟାଚ୍‌ରେ ନୁହେଁ ବରଂ ସମସ୍ତ ମ୍ୟାଚ୍‌ରେ ନିର୍ଣ୍ଣୟ କରାଯିବ। କିନ୍ତୁ ଅନ୍ୟ ଖେଳାଳିମାନଙ୍କ କ’ଣ ହେବ? ମାର୍ଚ୍ଚ ୨୫ରେ ପଞ୍ଜାବ କିଙ୍ଗସ ବିପକ୍ଷରେ ପ୍ରଥମ ମ୍ୟାଚ୍‌ ପାଇଁ ଦଳକୁ ଦେଖିଲେ ଯଦି ଆମେ ଓପନିଂ ବିଷୟରେ କଥା ହେବା, ତେବେ ସେଠାରେ ଅଧିନାୟକ ଗିଲଙ୍କ ସହିତ ଜସ ବଟଲରଙ୍କୁ ଦେଖିବାକୁ ମିଳିବ। ଏହା ବ୍ୟତୀତ ସାଇ ସୁଦର୍ଶନଙ୍କୁ ପ୍ରଥମ ଡାଉନରେ ଖେଳୁଥିବାର ଦେଖିବାକୁ ମିଳିବ। ଗ୍ଲେନ ଫିଲିପ୍ସ ୪ ନମ୍ବରରେ ଖେଳିପାରିବେ। ଯେଉଁଠାରେ ୫ମ, ୬ଷ୍ଠ ଏବଂ ୭ମ ସ୍ଥାନ ପାଇଁ ୱାଶିଂଟନ ସୁନ୍ଦର, ରାହୁଲ ତେୱାଟିଆ ଏବଂ ଶାହରୁଖ ଖାନଙ୍କ ଭଳି ଅଲରାଉଣ୍ଡର ସ୍ଥାନ ପାଇବେ। ରଶିଦ ଖାନ ଏବଂ ସାଇ କିଶୋର ସ୍ପିନ କ୍ଷମତା ବୃଦ୍ଧି କରୁଥିବାର ଦେଖାଯିବେ। ସେହିଭଳି କାଗିସୋ ରବାଡା ଏବଂ ମହମ୍ମଦ ସିରାଜ ଦ୍ରୁତ ବୋଲିଂ ଦାୟିତ୍ୱ ତୁଲାଇବେ। ଏମାନଙ୍କ ବ୍ୟତୀତ, ପ୍ରସିଦ୍ଧ କୃଷ୍ଣଙ୍କୁ ଜଣେ ପ୍ରଭାବଶାଳୀ ଖେଳାଳି ଭାବରେ ନିଆଯାଇପାରିବ।
ଗୁଜରାଟ ଟାଇଟାନ୍ସର ସମ୍ଭାବ୍ୟ ପ୍ରାରମ୍ଭିକ ଏକାଦଶ:
ଶୁଭମନ ଗିଲ, ଜସ ବଟଲର୍‌, ସାଇ ସୁଦର୍ଶନ, ଗ୍ଲେନ ଫିଲିପ୍ସ, ୱାଶିଂଟନ ସୁନ୍ଦର, ରାହୁଲ ତେୱାଟିଆ, ଶାହରୁଖ ଖାନ, ରସିଦ ଖାନ, ସାଇ କିଶୋର, କାଗିସୋ ରାବାଡା, ମହମ୍ମଦ ସିରାଜ।
ଇମ୍‌ପ୍ୟାକ୍ଡ ପ୍ଲେୟାର- ପ୍ରସିଦ୍ଧ କୃଷ୍ଣ
ତେବେ ଯଦି ଗୁଜରାଟ ଟାଇଟନ୍ସ ଏହି ୧୨ ଜଣ ଖେଳାଳିଙ୍କ ଉପରେ ବାଜି ଲଗାଏ ଏବଂ ସେମାନଙ୍କ ସହିତ IPL ୨୦୨୫ ର ମଇଦାନକୁ ପ୍ରବେଶ କରିବାକୁ ନିଷ୍ପତ୍ତି ନିଏ, ତେବେ ଏହା ସ୍ପଷ୍ଟ ଯେ ବାକି ୧୩ ଜଣ ଖେଳାଳିଙ୍କୁ ବାହାରକୁ ଯିବାକୁ ପଡ଼ିପାରେ। ସେମାନେ ହେଲେ ସରଫାନେ ରୁଦରଫୋର୍ଡ, ଜେରାଲ୍ଡ କୋଏତ୍ଜେ, ମହିପାଲ ଲୋମରୋର, ଗୁରନୂର ବ୍ରାର, ଅର୍ଶଦ ଖାନ, କରିମ ଜନତ, ଜୟନ୍ତ ଯାଦବ, ଇଶାନ୍ତ ଶର୍ମା, ନିଶାନ୍ତ ସିଦ୍ଧୁ, ମାନବ ସୁଥାର, ଅନୁଜ ରାୱତ, କୁଲୱନ୍ତ ଖେଜରୋଲିଆ ଏବଂ କୁମାର କୁଶାଗ୍ରା
]]>
https://vsnewskannada.com/archives/43288/feed 0
ADR ରିପୋର୍ଟରେ ବଡ଼ ଖୁଲାସା, ଚର୍ଚ୍ଚାରେ ଓଡ଼ିଶାର ଏହି ବିଧାୟକ https://vsnewskannada.com/archives/43285 https://vsnewskannada.com/archives/43285#respond Thu, 20 Mar 2025 01:48:03 +0000 https://www.vsnewskannada.com/?p=43285 ନୂଆଦିଲ୍ଲୀ,୧୯।୩: ନିର୍ବାଚନର ସ୍ବଚ୍ଛତା ଉପରେ କାମ କରୁଥିବା ସଂଗଠନ ଆସୋସିଏସନ ଫର୍‌ ଡେମୋକ୍ରାଟିକ ରିଫର୍ମସ ଦେଶର ପ୍ରାୟ 4,092 ବିଧାୟକଙ୍କ ସମ୍ପତ୍ତି ଏବଂ ଅପରାଧିକ ରେକର୍ଡ ବ୍ୟତୀତ ଅନେକ ଦିଗ ଉପରେ ଅଧ୍ୟୟନ କରିଛି। ADR ରିପୋର୍ଟ ଅନୁଯାୟୀ, ଚାରି ହଜାରରୁ ଅଧିକ ବିଧାୟକଙ୍କ ମୋଟ ସମ୍ପତ୍ତି ପ୍ରାୟ ୭୩ ହଜାର କୋଟି ଟଙ୍କା ରହିଛି। ଯାହା ନାଗାଲାଣ୍ଡ, ତ୍ରିପୁରା ଏବଂ ମେଘାଳୟର ମୋଟ ବଜେଟ ଠାରୁ ଅଧିକ।

ଯଦି ଆମେ ରାଜନୈତିକ ଦଳଗୁଡ଼ିକ ଅନୁସାରେ ଏହି ବିଧାୟକମାନଙ୍କ ସମ୍ପତ୍ତି ଦେଖିବା, ତେବେ ଆମେ ଜାଣିବାକୁ ପାଇବୁ ଯେ ଭାରତୀୟ ଜନତା ପାର୍ଟିର ୧,୬୫୩ ବିଧାୟକଙ୍କର ମୋଟ ୨୬ ହଜାର କୋଟି ଟଙ୍କାର ସମ୍ପତ୍ତି ଅଛି। ଯେତେବେଳେ ୬୪୬ ଜଣ କଂଗ୍ରେସ ବିଧାୟକଙ୍କ ସମ୍ପତ୍ତି ପ୍ରାୟ ୧୭ ହଜାର କୋଟି ଟଙ୍କା। ଭାଜପା ଓ କଂଗ୍ରେସ ପରେ, ଟିଡିପିର ୧୩୪ ଜଣ ବିଧାୟକଙ୍କ ମୋଟ ସମ୍ପତ୍ତି ପ୍ରାୟ ୯ ହଜାର କୋଟି ଟଙ୍କା।

ଆସନ୍ତୁ ଏହି ରିପୋର୍ଟରେ ଜାଣିବା ଦେଶର ଟପ୍‌ ୧୦ ଗରିବ ବିଧାୟକଙ୍କ ବିଷୟରେ, ଯେଉଁମାନଙ୍କ ପାଖରେ ସବୁଠାରୁ କମ ସମ୍ପତ୍ତି ଅଛି। କହିରଖୁଛୁ କି, ଦେଶର ପ୍ରାୟ ଚାରି ହଜାର ବିଧାୟକଙ୍କ ହାରାହାରି ସମ୍ପତ୍ତି ୧୮ କୋଟି ଟଙ୍କା। ତେବେ ଦେଶର ସବୁଠାରୁ କମ ସମ୍ପତ୍ତି ଥିବା ବିଧାୟକଙ୍କ ଲିଷ୍ଟରେ ନିର୍ମଳ କୁମାର ଧାରା ମଧ୍ୟ ଅଛନ୍ତି, ଯାହାଙ୍କର ମୋଟ ସମ୍ପତ୍ତି ମାତ୍ର ୧୭୦୦ ଟଙ୍କା। ଏସସି ସମ୍ପ୍ରଦାୟରୁ ଆସିଥିବା ଧାରା ପଶ୍ଚିମବଙ୍ଗର ସିନ୍ଧୁସ ଆସନରୁ ବିଧାୟକ ଅଟନ୍ତି।

ଏହା ପରେ, ଏହି ତାଲିକାରେ ତିନି ଜଣ ବିଧାୟକ ଆମ ଆଦମୀ ପାର୍ଟିର ଅଛନ୍ତି। ପଞ୍ଜାବର ଫାଜିଲକାରୁ ନରିନ୍ଦର ପାଲ ସିଂହ, ସାଙ୍ଗରୁରରୁ ନରିନ୍ଦର କୌର ଏବଂ ଜମ୍ମୁ-କଶ୍ମୀରର ଡୋଡାର ବିଧାୟକ ମେହରାଜ ମଲିକଙ୍କ ସମ୍ପତ୍ତି 30,000 ଟଙ୍କାରୁ କମ ଅଟେ। ଏଗୁଡ଼ିକ ବ୍ୟତୀତ ଚିତ୍ରକୁଟର ସପା ବିଧାୟକ ଅନିଲ କୁମାରଙ୍କ ସମ୍ପତ୍ତି ପ୍ରାୟ 30 ହଜାର ଟଙ୍କା। ନିର୍ମଳଙ୍କ ବ୍ୟତୀତ ଆଉ ଦୁଇ ଜଣ ଭାଜପା ବିଧାୟକ ଏହି ତାଲିକାରେ ଅଛନ୍ତି।

ସେହିପରି ଓଡ଼ିଶାରୁ ମଧ୍ୟ ଜଣେ ନେତା ଅଛନ୍ତି। ସେ ହେଲେ ବାଙ୍ଗିରିପୋଷିର ଭାଜପା ବିଧାୟକ ସଞ୍ଜଳୀ ମୁର୍ମୁ। ତାଙ୍କର ମୋଟ ସମ୍ପତ୍ତି ମାତ୍ର 35,000 ଟଙ୍କା। ସେହିପରି, ପଶ୍ଚିମବଙ୍ଗର ସଲଟୋରାର ଭାଜପା ବିଧାୟକ ଏବଂ ଅନୁସୂଚିତ ଜାତି ସମ୍ପ୍ରଦାୟର ଚନ୍ଦନା ବାଉରୀଙ୍କ ମୋଟ ସମ୍ପତ୍ତି ପ୍ରାୟ 62 ହଜାର ଟଙ୍କା। ଏହି ତାଲିକାରେ ବିହାରର ରାଷ୍ଟ୍ରୀୟ ଜନତା ଦଳ, ତ୍ରିପୁରାର ଟିପ୍ରା ମୋଥା ଏବଂ ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସର ଜଣେ ଲେଖାଏଁ ବିଧାୟକ ଅଛନ୍ତି।

ପଶ୍ଚିମବଙ୍ଗର ନବଦ୍ୱୀପର ତୃଣମୂଳ କଂଗ୍ରେସ ବିଧାୟକ ପୁଣ୍ଡ୍ରିକାକ୍ଷୟ ସାହାଙ୍କ ସମ୍ପତ୍ତିର ମୂଲ୍ୟ 30 ହଜାର ଟଙ୍କା। ଟିପ୍ରା ମୋଥାର ବିଧାୟକ ନନ୍ଦିତା ଦେବବର୍ମାଙ୍କ ସମ୍ପତ୍ତିର ମୂଲ୍ୟ ୬୩,୦୦୦ ଟଙ୍କା ଥିବା ବେଳେ, ବିହାରର ଆଲୌଲିରୁ ରାଷ୍ଟ୍ରୀୟ ଜନତା ଦଳ ବିଧାୟକ ଭାବରେ ନିର୍ବାଚିତ ରାମବୃକ୍ଷ ସଦାଙ୍କ ମୋଟ ସମ୍ପତ୍ତି ମାତ୍ର ୭୦,୦୦୦ ଟଙ୍କା। ଅର୍ଥାତ ସବୁଠାରୁ କମ ସମ୍ପତ୍ତି ଥିବା ୧୦ ଜଣ ବିଧାୟକଙ୍କ ମଧ୍ୟରେ ଆମ ଆଦମୀ ପାର୍ଟି ଏବଂ ଭାଜପାର ତିନି ଜଣ ଲେଖାଏଁ ବିଧାୟକ ଅଛନ୍ତି।

]]>
https://vsnewskannada.com/archives/43285/feed 0
ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ସୂଚନା: କହିଲେ ଏକୀକୃତ ବୀମା ଯୋଜନାରେ.. https://vsnewskannada.com/archives/43282 https://vsnewskannada.com/archives/43282#respond Thu, 20 Mar 2025 01:46:22 +0000 https://www.vsnewskannada.com/?p=43282 ଭୁବନେଶ୍ୱର,୧୯ା୩: ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ସମ୍ପ୍ରତି ଆବେଦନ କରିଥିବା ସାମ୍ବାଦିକମାନଙ୍କୁ ସ୍ବାସ୍ଥ୍ୟ କାର୍ଡ ପ୍ରଦାନ କରା ନ ଯିବା ନେଇ ଚିନ୍ତାର ସମାଧାନ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଯେ, ସେମାନଙ୍କୁ ଏକୀକୃତ ବୀମା ଯୋଜନାରେ ସାମିଲ କରିବା ପାଇଁ ପ୍ରୟାସ ଚାଲିଛି।

ଓଡ଼ିଶା ବିଧାନସଭାରେ ବ୍ରହ୍ମଗିରିର ଭାଜପା ବିଧାୟିକା ଉପାସନା ମହାପାତ୍ରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ସାମ୍ବାଦିକମାନଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ତଥ୍ୟକୁ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଡାଟାବେସ୍‌ ସହିତ କ୍ରସ୍‌-ଭେରିଫାଏ କରାଯାଉଛି। ସେହି ଅନୁଯାୟୀ ଆବଶ୍ୟକୀୟ ପଦକ୍ଷେପ ନିଆଯିବ ବୋଲି ସେ ଆଶ୍ୱାସନା ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆହୁରି ସୂଚନା ଦେଇଛନ୍ତି ଯେ, ଜୁନ୍‌ ୨୦୨୪ରୁ ଫେବୃଆରୀ ୨୦୨୫ ମଧ୍ୟରେ ଗୋପବନ୍ଧୁ ସାମ୍ବାଦିକ ବୀମା ଯୋଜନାରେ ପଞ୍ଜୀକରଣ ପାଇଁ ୮୦୪ ଜଣ ସାମ୍ବାଦିକ ଆବେଦନ କରିଛନ୍ତି।

ମହାପାତ୍ର ଏହି ଆବେଦନକାରୀଙ୍କ ସ୍ଥିତି ବିଷୟରେ ମଧ୍ୟ ପଚାରି ବୁଝିଥିଲେ ଏବଂ ସେମାନଙ୍କ ଆବେଦନ ପ୍ରତ୍ୟାଖ୍ୟାନର କାରଣ ବିଷୟରେ ସ୍ପଷ୍ଟୀକରଣ ମାଗିଥିଲେ।

]]>
https://vsnewskannada.com/archives/43282/feed 0